ମହିଳା ଦିବସରେ ଜାଣନ୍ତୁ ଏହି ୫ ମହାନ ମହିଳାଙ୍କ ବିଷୟରେ

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନାରୀ ସବୁଠାରୁ ଶକ୍ତିଶାଳୀ, ସର୍ବଗୁଣ ସମ୍ପନ୍ନା, ନାରୀ ଯାୟା, ଜନନୀ , ଭଗିନୀ ଆଉ ସର୍ବପରେ ନାରୀ ମହିଶା ମର୍ଦ୍ଧିନି ମା ଦୁର୍ଗା । ଯୁଗେ ଯୁଗେ ନାରୀଟିଏ ଦିଏ ଅଗନ୍ୀ ପରୀକ୍ଷା କେତେବେଳେ ସୀତା ହୋଇ ତ ପୁଣି କେତେବେଳେ ବାରଙ୍ଗନା । ସେଥିପାଇଁ ତ ସହନ ଶୀଳତାର ଶେଷ ପାହାଚ ହେଉଛି ନାରୀ । ସେ ନିଦାଘ ବୈଶାଖର ଖରା ତ ପୁଣି କେତେବେଳେ ଜହ୍ନ ଆଲୁଅର ଜ୍ୟେସ୍ନା । କେତେବେଳେ ସିଏ ମା ଟିଏ ହୋଇ ମମତାର ଛବି ଆଙ୍କେ ତ ପୁଣି କେତେବେଳ ପ୍ରେମିକାଟେ ହୋଇ ମିଠା ମିଠା ପ୍ରେମରେ ଭିଜେଇ ଦିଏ । ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱ ଆଜି ପାଳନ କରୁଛି ମହିଳା ଦିବସ । ଏହି ଅବସରରେ ଦେଶ ଓ ରାଜ୍ୟର ୫ ଜଣ ମହୀୟସୀ ମହିଳାଙ୍କୁ ନେଇ ଏଟିଆର ନ୍ୟୁଜର ସ୍ୱତନ୍ତ୍ର ଉପସ୍ଥାପନା ସମ୍ପନ୍ନା -
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ ଥିଲେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ ପ୍ରଧାନମନ୍ତ୍ରୀ ଥିଲେ । ଇନ୍ଦିରା ଗାନ୍ଧୀ ଥିଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମେ ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ ଇନ୍ଦିର । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । କୁହାଯାଏ ଇନ୍ଦିରାଙ୍କ ଶାସନ କାଳରେ ଦେଶ ଆଶ୍ଚର୍ଯ୍ୟଭାବେ ଅଗ୍ରଗତି କରିଥିଲେ । ନିଜର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ବଳରେ ସେ ଦେଶକୁ ବିଶ୍ୱରେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କ ସହିତ ସମକକ୍ଷ କରି ପାରିଥିଲେ ।
ନନ୍ଦିନୀ ଶତପଥୀ - ନନ୍ଦିନୀ ନାମଟି ଯେତିକି ଆକର୍ଶଣୀୟ ବ୍ୟକ୍ତିତ୍ୱ ତା ଠୁ ଅଧିକ ଆଶ୍ଚର୍ଯ୍ୟ । ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୧୯୩୧ ମସିହା ଜୁନ୍ ୯ ରେ କଟକର ପିଠାପୁରଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀ ଙ୍କ ଔରସରୁ ଜନ୍ମ ନେଇଥିଲେ ନନ୍ଦିନୀ । ଛାତ୍ର ଅବସ୍ଥାରୁ ହିଁ ନନ୍ଦୀନିଙ୍କର ରହିଥିଲା ଜନସେବା ଓ ରାଜନୀତି ପ୍ରତି ଦୁର୍ବଳତା । ରେଭେନ୍ସା କଲେଜରେ ପଢ଼ିବା ବେଳେ କମ୍ୟୁନିଷ୍ଟ ଦଳର ଛାତ୍ରବାହିନୀ ‘ଷ୍ଟୁଡେଣ୍ଟ୍ସ ଫେଡେରେସନ୍’ର ସେ ଥିଲେ ସକ୍ରିୟ ନେତ୍ରୀ ।୧୯୬୫ରେ ଶାସ୍ତ୍ରୀଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ପରେ ୧୯୭୧ରେ ନନ୍ଦିନୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନନ୍ଦୀନୀ । ତାଙ୍କର ବିଚାର ଧାରା ଓ କାର୍ଯ୍ୟ ଦକ୍ଷତା ପାଇଁ ସେ ଆଜିବି ସାଧାରଣ ଲୋକଙ୍କ ମନରେ ଜୀବିତ ହୋଇ ରହିଛି ।
ଲତା ମଙ୍ଗେସ୍କର – ବିଶିଷ୍ଠ କଣ୍ଠଶିଳ୍ପୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍କର । ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏହି ଲୋକପ୍ରିୟ ଗାୟିକା । ଯାହାଙ୍କ ସୁମଧୁର କଣ୍ଠ ଆଜି ପାଗଳ କରିଛି ଶ୍ରେତାଙ୍କୁ । ପରିବାରର ଭରଣ ପୋଷଣ କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ ଲତା । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ୍ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ 'ଆପ୍ କି ସେବା ମେଁ'ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ଅନ୍ଦାଜ, ବରସାତ ଓ ମହଲ , ହମ ଆପକେ ହେ କୋନ ଭଳି ହିଟ ସିନେମାରେ ତାଙ୍କ ସ୍ୱରର ଯାଦୁ ଦେଖିବାକୁ ମିଳେ । ତାଙ୍କର ଏହି କୃତି ପାଇଁ ତାଙ୍କୁ ୧୯୫୮ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ , ୧୯୬୯ - ପଦ୍ମ ଭୂଷଣ,୧୯୮୯ - ଦାଦା ସାହେବ୍ ଫାଲକେ ପୁରସ୍କା. ୧୯୯୯ - ପଦ୍ମ ବିଭୂଷଣ , ୨୦୦୧ - ଭାରତ ରତ୍ନ ଭଳି ବଡବଡ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ଅପରାଜିତା ମହାନ୍ତି - ଅପରାଜିତା ମହାନ୍ତି ଓଡିଆ ଚ୍ଚଳଚ୍ଚିତ୍ର ଜଗତର ଏକ ର୍ଚ୍ଚିତ ଚେହେରା । ନାଁ ଟି ଯେପରି ଅପରାଜିତା ସେ ମଧ୍ୟ ସେମିତି ଅପରାଜୟ । ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରନ୍ତି ଅପରାଜିତା । ଓଡିଆ ଚ୍ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେ ନାୟିକା ଚରିତ୍ର ହେଉକି ମା । ସମସ୍ତ ଚରିତ୍ରକୁ ସେ ଅତି ନିଖୁଣ ଭାବେ ଉପସ୍ଥାପନ କରିବାକ୍ୁ ସେ ସିଦ୍ଧହସ୍ତ । ବର୍ଷ ୧୯୮୦ ମସିହାରେ ସୀତା ଲବକୁଶ କଥା ଚିତ୍ରରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପାଖାପାଖି ୮୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି । ସାତା ଲବକୁଶ ଠାରୁ ଆରମ୍ଭ କରି ସୁପର ମିଛୁଆ ପର୍ଯ୍ୟନ୍ତ ଏ ସବୁଠେଇ ଦେଖାଯାଏ ତାଙ୍କ ଅଭିନୟର କଳା ।
ବୀଣାପାଣି ମହାନ୍ତି – ବୀଣାପାଣି ମହାନ୍ତି ଓଡିଆ ସାହିତ୍ୟ ଜଗତର ଜଣେ ପଥିତ ଯଶା ସ୍ରଷ୍ଟା ହେଉଛନ୍ତି ବୀଣାପାଣି ମହାନ୍ତି । ସେ ଏକାଧାରାରେ ଜଣେ ଅଧ୍ୟାପିକା, ସାହିତ୍ୟକା । ପ୍ରଥମେ ପ୍ରଥମେ କବିତାରୁ ଲେଖା ଆରମ୍ଭ କରିଥିଲେ ମଧ୍ୟ ପରେ ଗଳ୍ପ ଓଋ ଉପନ୍ୟାସରେ ପାଦ ଥାପିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ସେ ୧୯୯୦ ମସିହାରେ ବହୁ ର୍ଚ୍ଚିତ ଗଳ୍ପ ପାଟଦେଇ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେହିଭଳି ୨୦୨୦ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।
Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :
You can view your badges on your Steem Board and compare to others on the Steem Ranking
If you no longer want to receive notifications, reply to this comment with the word
STOPTo support your work, I also upvoted your post!
Do not miss the last post from @steemitboard:
Vote for @Steemitboard as a witness to get one more award and increased upvotes!