ଓଡିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ପାଇଁ ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

in #steempress6 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଲୋକସଭା ଭବନରେ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଥିବା ବେଳେ ଏହି ବୈଠକରେ ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟ ଯୋଗଦାନ କରିଛନ୍ତି । ତେବେ ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ ଓଡିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ପ୍ରଦାନ କରିବାକୁ ନିଜର ଦାବି ଜଣାଇଛନ୍ତି । ପ୍ରତିବର୍ଷ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡିଶାକୁ ସ୍ପେଶାଲ ଫୋକସ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ବୈଠକରେ ୪ଟି ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା ହେଉ । ଟେଲି, ବ୍ୟାଙ୍କ, ରେଳ ଓ ରୋଡ ଘନତ୍ୱରେ ପୂର୍ବାଞ୍ଚଳ ନିମ୍ନରେ ରହିଛି ସେଥିପାଇଁ ଜାତୀୟ ହାର ସ୍ତରକୁ ଆଣିବାକୁ ହେଲେ ଦ୍ୱିଗୁଣା ହେବା ଆବଶ୍ୟକ । ତେଣୁ ବ୍ୟାଙ୍କ, ଟେଲି ଘନତ୍ୱ, କୋଇଲା ରୟାଲିଟି ମଧ୍ୟ ବୃଦ୍ଧି କରାଯାଉ । ୨୦୧୨ରୁ ଏଯାଏଁ କୋଇଲା ରୟାଲିଟି ନବୀକରଣ କରାଯାଇନାହିଁ । ଏହାସହ ସମ୍ବିଧାନ ୮ମ ପରିଚ୍ଛେଦରେ ହୋ, ଭୂବିଜ, ମୁଣ୍ଡାରୀ ଭାଷା ସାମିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦେଶର ଖଣିଜ ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ହୋଇଥିବା ହେତୁ ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ଫଳ ବିନିଯୋଗ ହେଉ ବୋଲି ସେ କହିଛନ୍ତି। ୨୦୧୨ରୁ କୋଇଲା ରୟାଲ୍ଟି ପୁନଃ ନିର୍ଦ୍ଧାରିତ ହୋଇନଥିବା ହେତୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ ଏବଂ ସବୁର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା ହେବା ଉଚିତ ବୋଲି ମତ ଦେଇଛନ୍ତି ନବୀନ ପଟ୍ଟନାୟକ। ଜାତୀୟ ସଂହତି ଓ ରାଜ୍ୟ- ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

Sort:  

Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :

You published more than 1100 posts. Your next target is to reach 1200 posts.

You can view your badges on your Steem Board and compare to others on the Steem Ranking
If you no longer want to receive notifications, reply to this comment with the word STOP

To support your work, I also upvoted your post!

Vote for @Steemitboard as a witness to get one more award and increased upvotes!