ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୁହିଦ୍ଦିନ୍ ୟାସିନ୍

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ମାଲେସିଆର ୮ମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ମୁହିଦ୍ଦିନ ୟାସିନ । ମିଡିଆ ରିପୋର୍ଟ ମୁତାବକ, ଫେବୃଆରୀ ୨୪ରେ ମହାତିର ମୋହମ୍ମଦ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ପଦରେ ମୁହିଦ୍ଦିନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ୨୦୧୮ ମସିହାରୁ ସାଧାରଣ ନିର୍ବାଚନ ପରେ ମହାତିର ପ୍ରଧାନମନ୍ତ୍ରୀ ପଦରେ ଥିଲେ ।
ପାରମ୍ପରିକ ମଳୟ ପରିଧାନ କରି ମୁହିଦ୍ଦିନ ଶପଥ ଗ୍ରହଣ କରିଛନ୍ତି । ନେସନାଲ ପ୍ୟାଲେସରେ ମାଲେସିଆର ରାଜା ସୁଲତାନ ଅବଦୁଲା ସୁଲତାନ ଅହମଦ ଶାହଙ୍କ ସାମ୍ନାରେ ଦେଶ ଏବଂ ଜନତାଙ୍କ ସେବା କରିବାର ସଂକଳ୍ପ ନେଇଛନ୍ତି । ଏହି ସମାରୋହରେ ମୁହିଦ୍ଦିନଙ୍କ ରାଜନୈତିକ ସହଯୋଗୀମାନେ ଭାଗ ନେଇଛନ୍ତି ।
୭୨ ବର୍ଷିୟ ମୁହିଦ୍ଦିନ୍ ୨୦୦୯ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କ ସରକାରରେ ଉପପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ । ଏହାସହିତ ସେ ମହାତିରଙ୍କ ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଭାବେ ମଧ୍ୟ କାମ କରିଥିଲେ ।
Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :
You can view your badges on your Steem Board and compare to others on the Steem Ranking
If you no longer want to receive notifications, reply to this comment with the word
STOPVote for @Steemitboard as a witness to get one more award and increased upvotes!