କରୋନା ପାଇଁ ସାମସଙ୍ଗ ଲଞ୍ଚ କଲା ଗାଲାକ୍ସି ସାନିଟାଇଜିଙ୍ଗ ସର୍ଭିସ୍

in #steempress4 years ago (edited)


ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଲାଗି ବିଶ୍ୱବ୍ୟାପି ହଟଚମଟ । ଦୃତ ଗତିରେ ବଢିବାରେ ଲାଗିଛି ଏହି ଭାଇରସ । ଏନେଇ ଅନେକ ସଂସ୍ଥା ଏବଂ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଏହି ଭାଇରସକୁ ଦୃଷ୍ଟିରେ ରଖି ସାମସଙ୍ଗ୍ ପକ୍ଷରୁ ଗାଲାକ୍ସି ସାନିଟାଇଜିଙ୍ଗ୍ ସର୍ଭିସ ଲଞ୍ଚ କରାଯାଇଛି । ଏହି ସର୍ଭିସ ଅନୁଯାୟୀ କମ୍ପାନୀ ତାର ଗ୍ରାହକମାନଙ୍କୁ ମାଗଣାରେ ସାନିଟାଇଜିଙ୍ଗ କରିବ ।

ଏନେଇ ସାମସଙ୍ଗ ପକ୍ଷରୁ କୁହାଯାଇଛି କି, ମନୁଷ୍ୟ ଜୀବନର ମୁଖ୍ୟ ଅଂଶ ହେଉଛି ସ୍ମାର୍ଟଫୋନ୍ । ଆଜିକାଲିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ସହିତ ବ୍ୟସ୍ତ ରହୁଛନ୍ତି । ସେଥିପାଇଁ ନିହାତି ଭାବେ ଫୋନ୍ କୁ ସଫା ରଖନ୍ତୁ । ଯାହାଫଳରେ ସଂକ୍ରମଣରୁ ରକ୍ଷା ପାଇ ପାରିବେ ।

ସେଥିପାଇଁ ୧୯ ଦେଶରେ ସାମସଙ୍ଗ ତାର ଗାଲାକ୍ସି ସାନିଟାଇଜିଙ୍ଗ ସର୍ଭିସ ଲଞ୍ଚ କରିଛି । ଏଥିରେ ଆର୍ଜେଣ୍ଟିନା, ଚିଲି କାର୍ଟିୟା, ଡେନମାର୍କ, ଫିନଲ୍ୟାଣ୍ଡ, ଜାପାନ, ରିପବ୍ଲିକ ଅଫ୍ କୋରିୟା, ମଲେଶିୟା, ନ୍ୟୁଜିଲାଣ୍ଡ, ନାର୍ଭେ, ପାକିସ୍ତାନ, ପେରୁ, ପୋଲାଣ୍ଡ, ଏସିୟା, ସ୍ପେନ୍, ସ୍ୱିଡେନ୍, ଆମେରିକା , ୟୁକ୍ରେନ୍ ଏବଂ ଭିଏତନାମା ଆଦି ସାମିଲ ଅଛି ।

ସାମସଙ୍ଗ ଗାଲାକ୍ସି ସାନିଟାଇଜିଙ୍ଗ ସର୍ଭିସ ଅନୁଯାୟୀ, ସାମସଙ୍ଗ ସର୍ଭିସ ସେଣ୍ଟରରେ ଗ୍ରାହକ ତାଙ୍କର ସ୍ମାର୍ଟଫୋନ୍ ବ୍ୟତିତ ଗାଲାକ୍ସି ୱାଚ୍ ଏବଂ ସାମସଙ୍ଗ ବଡ୍ସ କୁ ବି ସାନିଟାଇଜ୍ କରି ପାରିବେ । ଏହାସହିତ କମ୍ପାନୀ ପକ୍ଷରୁ କୁହାଯାଇଛି କି ଡିଭାଇସର ସାନିଟାଇଜେସନ୍ ପାଇଁ କୌଣସି ପ୍ରକାରର କେମିକାଲ ବ୍ୟବହାର କରାଯିବ ନାହିଁ । ଏଥିପାଇଁ ଅଲ୍ଟ୍ରା ଭାଓଲେଟ୍ ଲାଇଟ୍ ବ୍ୟବହାର କରାଯିବ ।

Coin Marketplace

STEEM 0.28
TRX 0.12
JST 0.032
BTC 66382.93
ETH 3031.14
USDT 1.00
SBD 3.69