ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା

in #steempress6 years ago


ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋରାନା ଭାଇରସ ୩ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ୯୦ ହଜାର ଲୋକ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ପ୍ରାୟ ୬୦ଟି ଦେଶକୁ ଏହା ବ୍ୟାପି ସାରିଲାଣି । ତେବେ ଭାରତରେ ଧୀରେ ଧୀରେ ଏହି ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଲାଣି । ଭାରତରେ ୩ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ଥିବାର ଜଣାପଡିଛି । ଏଥିସହ ଏହି ୩ ଜଣଙ୍କୁ ମିଶାଇ ମୋଟ ୬ ଜଣଙ୍କ ଦେହରେ କରୋନା ଭାଇରସ ଥିବାର ଠାବ କରାଯାଇଛି ।
ସୋମବାର ଦିଲ୍ଲୀ ଓ ହାଇଦ୍ରାବାଦର ଜଣେ ଲେଖାଏ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଇତି ମଧ୍ୟରେ ରାଜସ୍ଥାନର ଜୟପୁରରେ ଜଣେ ଇଟାଲୀୟ ମହିଳା ପର୍ୟ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

ଶନିବାର ଇଟାଲୀୟ ପର୍ୟ୍ୟଟକଙ୍କଠାରୁ ସଂଗୃହିତ ପ୍ରଥମ ନମୁନାରୁ କରୋନା ଚିହ୍ନଟ ହୋଇନଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହେବାରୁ ଦ୍ୱିତୀୟ ଥର ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସୋମବାର ନମୁନାର ରେଜଲ୍ଟ କରୋନା ପଜିଟିଭ୍ ବାହାରିଛି।
ଅନ୍ୟପଟେ ଉତ୍ତର ପ୍ରଦେଶର ଆଗ୍ରାରୁ ୬ ଜଣ ସନ୍ଦିଗ୍ଧ କରୋନା ଭାଇରସ ରୋଗୀଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି । ତେବେ ଏମାନଙ୍କ ଦେହରେ କରୋନା ଭାଇରସ ଅଛି କି ନାହିଁ ତାହାର ପରୀକ୍ଷା ନୀରିକ୍ଷା କରାଯାଉଛି । ଯାହାକୁ ନେଇ ଏବେ ଦିଲ୍ଲୀରୁ ପଲ୍ଲୀ ଯାଏ ସବୁଠି କରୋନା ଭୟ ସୃଷ୍ଟି ହୋଇଛି ।

ଗତକାଲି ଦିଲ୍ଲୀ ସରକାର ଏକ ଜରୁରୀ ବୈଠକ ଡକାଇଥିଲେ । ଯେଉଁଥିରେ ୧୯ଟି ସରକାରୀ ଓ ୬ଟି ଘରୋଇ ହସ୍ପିଟାଲରେ ୨୩୯ଟି ବେଡକୁ କରୋନା ରୋଗୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ରଖିବାକୁ ଦିଲ୍ଲୀ ସରକାର ନିକେର୍ଦ୍ଦଶ ଦେଇଛନ୍ତି । କେନ୍ଦ୍ର ସରକାର କରୋନା ଭାଇରସ ମୁକାବିଲା କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟି କରୋନା ଭାଇରସର ମୁକାବିଲା ପାଇଁ ଭାରତ କେମିତି ପ୍ରସ୍ତୁତ ରହିବ ତାହା ସମୀକ୍ଷା କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

Sort:  

The Steem blockchain is currently being attacked by a central authority in order to take control of the witnesses. If you are not managing your witness votes, please consider setting @berniesanders as your witness voting proxy by clicking here to help restore the decentralization of Steem.