ବଲିଉଡକୁ କରୋନା ଭୟ

in #steempress6 years ago


ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସମସ୍ତଙ୍କୁ ବର୍ତ୍ତମାନ ଗୋଟିଏ ଚିନ୍ତା । କରୋନା ଭାଇରସ ଧିରେ ଧିରେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯୧ଟି ଦେଶକୁ ବ୍ୟାପିସାରିଲାଣି ।ଏହି ଭାଇରସରେ ୩ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ୮୦ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବାର ସୂଚନା ରହିଛି । ତେବେ ଭାରତରେ ମଧ୍ୟ ଏହାର ପାର୍ଦୁଭାବ ଦେଖିବାକୁ ମିଳିଳାଣି । ଭାରତରେ ମୋଟ ୪୨ ଜଣ କରୋନା ରୋଗୀ ଚିହ୍ନଟ କରାଯାଇଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରେଟି ଭୟ କରୁଛନ୍ତି । ଏହି ଭାଇରସ ଭୟରେ ଲୋକ ମାନେ ଧିରେ ଧିରେ ଭିଡକୁ ଯିବା ପାଇଁ ଡରିବାକୁ କରିବାକୁ ଲାଗିଲେଣି । ତେବେ ଏହି ଭାଇରସର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ବହୁ ଆଗାମି ଫିଲ୍ମ ମାନଙ୍କର ସୁଟିଂ ବନ୍ଦ କରି ଦିଆଗଲାଣି ।


ନିକଟରେ ସଲମାନ ଖାନଙ୍କ ଅଭିନିତ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେ ର ସୁଟିଂକୁ ବନ୍ଦ କରାଯାଇଛି । ଏହା ସହ ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥ୍ୱୀରାଜକ ର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଛି । ଏବେ କରଣ ଜୋହରଙ୍କ ପିଲ୍ମ ତକ୍ତ ର ସୁଟିଂକୁ ବନ୍ଦ କରାଯାଇଛି । ସୂଚନା ଅନୁସାରେ କରଣଙ୍କ ଫିଲ୍ମ ତକ୍ତ ର ସୁଟିଂ ନିକଟରେ ରଦ୍ଦ କରାଯାଇଛି । ଏହି ଫିଲ୍ମର ସୁଟିଂ ରାଜସ୍ଥାନର ଜୟପୁର ଓ ଜୟସଲମେରରେ ହେବାକୁ ଥିଲା । ହେଲେ କରୋନା ଭାଇରସ ଭୟରେ ଏହାକୁ ବାତିଲ କରାଯାଇଛି । ସେହିଭଳି ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥ୍ୱୀରାଜର ସୁଟିଂ ରାଜସ୍ଥାନରେ ଚାଲିଥିଲା । ହେଲେ କରୋନା ଭାଇରସ ଭୟରେ ଏହି ସୁଟିଂକୁ ମୁମ୍ବାଇକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି କାର୍ତ୍ତକ ଆର୍ଯ୍ୟନ ଓ କିୟାରା ଆଡୱାନୀଙ୍କ ଫିଲ୍ମ ଭୁଲ ଭୁଲେୟା ୨ର ସୁଟିଂ ରାଜସ୍ଥାରେ ହେବାର ଥିଲା । ମାତ୍ର ଏହାକୁ ଲକ୍ଷେ୍ନøକୁ ସ୍ଥାନାନ୍ତର କରାଯାଇଛି ।


ଖାଲି ଆଗାମି ଫିଲ୍ମ ନୁହେଁ, ବର୍ତ୍ତମାନ ରିଲିଜ ହେଉଥିବା ବଲିଉଡ ଫିଲ୍ମରେ କରୋନାର ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି । ନିକଟରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଅଭିନିତ ଫିଲ୍ମ ବାଗି ୩ରେ ଏହାର ପ୍ରଭାବ ପଡିଛି । ଯେଉଁ ଅନୁସାରେ ଏହି ଫିଲ୍ମ ଆୟ କରିବା କଥା ସେହି ଅନୁସାରେ ଆୟ କରି ପାରିନାହିଁ । ତେଣୁ ଫିଲ୍ମ ବର୍ତ୍ତମାନ କରୋନା ଭାଇରସ ପାଇଁ ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରାଯୋଜକ ସଂସ୍ଥା ଚିନ୍ତାରେ ପଡିଛନ୍ତି ।

Sort:  

Congratulations @amanprem! You have completed the following achievement on the Steem blockchain and have been rewarded with new badge(s) :

You received more than 130000 upvotes. Your next target is to reach 140000 upvotes.

You can view your badges on your Steem Board and compare to others on the Steem Ranking
If you no longer want to receive notifications, reply to this comment with the word STOP

Do not miss the last post from @steemitboard:

Downvote challenge - Add up to 3 funny badges to your board
Use your witness votes and get the Community Badge
Vote for @Steemitboard as a witness to get one more award and increased upvotes!