ଆଜି ଆମଳକୀ ଏକାଦଶୀ, ଏଭଳି କରନ୍ତୁ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଏକାଦଶୀ ତିଥିର ବିଶେଷ ମହତ୍ୱ ରହିଛି । ଏହା ପବିତ୍ର ତିଥି ହୋଇଥାଏ । ପଞ୍ଚାଗ ଅନୁଯାୟୀ ଫାଲ୍ଗୁନ ମାସ କୃଷ୍ଣ ଶୁକ୍ଳ ପକ୍ଷରେ ଆମଳକୀ ଏକାଦଶୀ ପଡିଥାଏ । ଆଜି ଆମଳକୀ ଏକାଦଶୀ ।
ଏହି ଏକାଦଶୀ ହୋଲି ପୂର୍ବରୁ ପଡୁଥିବାର ଏହାର ମହତ୍ୱ ଅଧିକ ଥାଏ । ସେଥିପାଇଁ ଆଜିର ଦିନରେ ଶ୍ରୀବିଷ୍ଣୁଙ୍କ କୃପା ପ୍ରାପ୍ତି ପାଇଁ ବିଶେଷ ପୂଜା ବିଧି କରି ଭଗବାନଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଆମଳକୀ ଏକାଦଶୀ ର ପୂଜା ବିଧି ବିଷୟରେ..
ଅଁଳା ଏକାଦଶୀର ଗୋଟେ ଦିନ ପୂର୍ବରୁ ମାନେ ଦଶମୀ ରାତିରେ ଶ୍ରୀ ବିଷ୍ଣୁ ନାରାୟଣଙ୍କୁ ଧ୍ୟାନ କରି ଶୋଇବା ଉଚିତ୍ । ଏକାଦଶୀ ଦିନ ସକାଳୁ ନିତ୍ୟ କର୍ମ ସାରି ସଫା ବସ୍ତ୍ର ଧାରଣ କରନ୍ତୁ । ଏହାପରେ ପୂଜା ଘରେ ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ହାତରେ ରାଶି, କୁଶ ମୂଦ୍ରା ଏବଂ ଜଳ ନେଇ ବ୍ରି ସଂକଳ୍ପ କରନ୍ତୁ । ପୁଣି ବିଧି ବିଧାନ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ।
ସର୍ବପ୍ରଥମେ ବିଷ୍ଣୁଙ୍କ ପ୍ରତିମାକୁ ସ୍ନାନ କରାଇ ସାରିବା ପରେ ବସ୍ତ୍ର ପିନ୍ଧାନ୍ତୁ । ଏହାପରେ ଫୁଲ, ତୁଳସୀ ଅର୍ପଣ କରନ୍ତୁ । ପୁଣି ଭଗବାନଙ୍କ ଆଳତୀ କରିବା ପରେ ପ୍ରଣାମ କରି ଭୋଗ ଲଗାନ୍ତୁ । ପୂଜା ସାରିବା ପରେ ପୂଜା ସାମଗ୍ରୀକୁ ନେଇ ଅଁଳା ଗଛ ମୂଳେ ପୂଜା କରନ୍ତୁ ।
ଅଁଳା ଗଛକୁ ପୂଜା କରିବା ପୂର୍ବରୁ ଗଛର ଚାରିପାଖ ସଫା କରି ଗୋବରରେ ପବିତ୍ର କରାନ୍ତୁ । ଗଛମୂଳେ ବେଦି ତିଆରି କଳଶ ସ୍ଥାପନା କରନ୍ତୁ । କଳଶରେ ପଞ୍ଚରତ୍ନ ରଖନ୍ତୁ । ଏଥିରେ ଦେବତାମାନଙ୍କୁ ଆମନ୍ତ୍ରିତ କରନ୍ତୁ । ଏହାପରେ ଦୀପ ଜଳାନ୍ତୁ । ଏହାବ୍ୟତିତ ଏହିଦିନ ଆପଣ ଗରିବ ଲୋକଙ୍କୁ ଦାନ କରିପାରିବେ ।
According to the Bible, God is everywhere: Fact or Fiction.
Watch the Video below to know the Answer...
(Sorry for sending this comment. We are not looking for our self profit, our intentions is to preach the words of God in any means possible.)
Comment what you understand of our Youtube Video to receive our full votes. We have 30,000 #SteemPower. It's our little way to Thank you, our beloved friend.
Check our Discord Chat
Join our Official Community: https://steemit.com/created/hive-182074