ଭାରତରେ ସେଞ୍ଚୁରି ମାରିଲା କରୋନା

in #steempress4 years ago (edited)


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯୁଆଡେ ଶୁଣିବ ଖାଲି କରୋନା କରୋନା । କରୋନା ଏବେ ତା କରୁଣ କାହାଣୀରେ ସମସ୍ତଙ୍କୁ ଆତଙ୍କିତ କରି ରଖିଛି । କରୋନା ଭୟରେ ଏବେ ସାଧାରଣ ଲୋକ ଘରୁ ପାଦ କାଢିବାକୁ ଭୟ କଲେଣି । ତେବେ ଏହି ଭିତରେ ଏବେ ଭାରତରେ ସେଞ୍ଚୁରି କରିଛି କରୋନା । କରୋନା ସଂକ୍ରମିକଙ୍କ ସଂଖ୍ୟା ଭାରତରେ ୧୦୦ ଟପିଛି । ଅନ୍ୟପଟେ ଭାରତର ସମସ୍ତ ସୀମାକୁ ସୀଲ କରାଯାଇଛି । ଭାରତରୁ ପାକିସ୍ତାନ ଜୀବାକୁ ସୀମା ମଧ୍ୟ ସିଲ କରାଯାଇଛି । ସେହିଭଳି ଜଳପଥ ଓ ଆକାଶ ପଥକୁ ମଧ୍ୟ ବନ୍ଦ କରାଯାଇଛି ।

ଏଯାବତ ଭାରତରେ ୨ ଜଣ କରୋନାର ରୋଗୀଙ୍କର ମୃତ୍ୟୁ ହୋଇ ସାରିଛି । ଭାରତରେ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । କେନ୍ଦ୍ର ସରକାର ଏହାକୁ ବିଜ୍ଞାପିତ ବିପର୍ଯ୍ୟୟ ଘୋଷଣା କରି ସାରିଛନ୍ତି । ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଓଡିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନର୍ଦେଶ ଦେଇଥିବା ବେଳେ ସିନେମା ହଲ, ଜିମ, ସୁଇମିଙ୍ଗପୁଲ ଓ ବଡବଡ ଉତ୍ସବକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି ।

Coin Marketplace

STEEM 0.28
TRX 0.12
JST 0.032
BTC 67227.10
ETH 3137.71
USDT 1.00
SBD 3.76