କରୋନା ଚିହ୍ନଟ କରିବେ ସରପଞ୍ଚ ଓ ୱାର୍ଡମେମ୍ବର

in #steempress4 years ago


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ଏବେ ରାଜ୍ୟ ସରକାର କରୋନା ରୋଗୀକୁ ଚିହ୍ନଟ କରି ଚିକିତ୍ସା କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ନେଉଛନ୍ତି । କିଭଳି ଏହି ମହାମାରୀରକୁ ରୋକାଯାଇ ପାରିବ ତାହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଗାଁ ଓ ସହରରେ କରୋନା ଚିହ୍ନଟ କରିବା ପାଇଁ ସରପଞ୍ଚ , ୱାର୍ଡମେମ୍ବର , କର୍ପୋରେଟର ଓ କାଉନସିଲରଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଛି ଏହି ବିଜ୍ଞପ୍ତି ।

ଓଡିଶା ସିଓଭିଆଇଡି -୧୯ ରେଗୁଲେସନ୍ସ -୨୦୨୦ ରେ ସଂଶୋଧନ କରି ସେଥିରେ ଦୁଇଟି ଧାରା ଯୋଡିଛନ୍ତି । ସରପଞ୍ଚ , ୱାର୍ଡମେମ୍ବର , କର୍ପୋରେଟର ଓ କାଉନସିଲର ସେମାନଙ୍କ ଅଞ୍ଚଳକୁ ଗତ ୧୪ ଦିନ ମଧ୍ୟରେ ବିଦେଶରୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ଖବର ସ୍ଥାନୀୟ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେବେ । ଏବଂ ବିଡିଓ ଏହି ସୂଚନା ଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ଦୃଷ୍ଟିକୁ ଆଣିବେ । ଅନ୍ୟପଟେ ରାଜ୍ୟରେ ଥିବା ସମସ୍ତ ମେଡିକାଲକୁ ଯୁଦ୍ଧକାଳୀନ ଭିତ୍ତିରେ ପରିସ୍କାର ଓ ପରିଚ୍ଛନ୍ନ ରଖିବାକୁ ନିର୍ଦେଶ ଦିଆଯାଇଛି ।

Coin Marketplace

STEEM 0.28
TRX 0.12
JST 0.033
BTC 66892.89
ETH 3101.75
USDT 1.00
SBD 3.74